ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ

ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ 5000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା।

ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାର ଆଧାରରେ ଭିଜିଲାନ୍ସ ଆଜି ଥାନା ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଛି।

ଅଧିକ ପଢନ୍ତୁ

Odisha Darpan Digital