ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । OCAC ଠାରେ ସୁଭଦ୍ରା କଲ ସେଣ୍ଟର ଉଦଘାଟିତ ହୋଇଛି । ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାହା ଫଳରେ ସନ୍ଦେହ ଦୂର କରିପାରିବେ ଲୋକେ । ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା ।
ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ । ଆବେଦନ କରିବାକୁ କମନ ସର୍ଭିସ ସେଣ୍ଟରକୁ ଆସୁଥିବା ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅପହଂଚ ଇଲାକାରେ ବି ପହଂଚିବ କମନ ସର୍ଭିସ ସେଣ୍ଟର । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି।