ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।ସେହିଭଳି ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଙ୍ଗରୋଡ୍ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବାକୁ ଅନେକ ଯୋଜନା ହୋଇଛି । ଇନର ରିଙ୍ଗରୋଡ୍, ଆଉଟର ରିଙ୍ଗରୋଡ୍, ଏଲିଭଟେଡ୍ କରିଡ଼ର, ଫ୍ଲାଏଓଭର ତିଆରି ପାଇଁ ଯୋଜନା ଅଛି । ଏହି ସବୁ ପ୍ରକଳ୍ପ ଦ୍ୱାରା ସହରରୁ ଭିଡ଼ ହଟିବ । ଅଢ଼େଇ ବର୍ଷ ଭିତରେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ଆଉଟର ରିଙ୍ଗରୋଡ୍ରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ଜଟଣୀ ଓ କଟକର କିଛି ଅଞ୍ଚଳ ଯାଉଛି । ଏହି ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହୋଇଛି। ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ ଏହା ଏସ୍ସିବି ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଏହା ମଧ୍ୟରେ ମୋଟ ୨୨ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ।
