ମଇ୨୦ ସାଧାରଣ ଧର୍ମଘଟ ପାଇଁ ନୟାଗଡ଼ରେ ଟ୍ରେଡୟୁନିଅନ କନଭେନସନ୍

ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଏପ୍ରିଲ ୨୦ରେ ନୟାଗଡ଼ ଶିକ୍ଷକ ଭବନ ଠାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ମିଳିତ ହୋଇ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ! କେନ୍ଦ୍ର ସରକାର ଯେଭଳିଭାବେ ଶ୍ରମିକ ଆଇନକୁ ବାତିଲ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ପ୍ରଚଳନ କରୁଛନ୍ତି, ଘରୋଇକରଣ ଓ ଠିକାକରଣକୁ ବ୍ୟାପକ କରି ଶ୍ରମକ୍ଷେତ୍ରକୁ କର୍ପୋରେଟ ମାଲିକଙ୍କ ମର୍ଜି ଉପରେ ଛାଡିଦିଆଯାଉଛି, ତାହାର ଦୃଢ଼ ନିନ୍ଦା କରି ପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ ! ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା, ସର୍ବନିମ୍ନ ମାସିକ ପ୍ରାପ୍ୟ ଟ୨୬୦୦୦ ଓ ପେନସନ ଟ୯୦୦୦ କରିବା, ଘରୋଇକରଣ ବନ୍ଦ କରିବା, ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପ୍ରଭୃତି ଦାବି ଉପରେ ଆଲୋକପାତ କରି ସିଆଇଟିୟୁର ରାଜ୍ୟ ଉପସଭାପତି ଉଲ୍ଲାସ ଚନ୍ଦ୍ର ସ୍ବାଇଁ ମଇ୨୦ ହରତାଳକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଆଇଏନଟିୟୁସି ନେତା ରଣଜିତ ଦାଶ, ଆଲୋକ ପ୍ରଧାନ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, କମଳେଶ ଦାସ, ଏଆଇସିସିଟିୟୁ ନେତା ଗୋପିନାଥ ଜେନା, ସିଆଇଟିୟୁର ନେତା ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ସଂଯୁକ୍ତା ସେଠୀ, ଚାପଧାରୀ ରାଉତ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ ! ସାଥୀ ସୁରେଶ ଚନ୍ଦ୍ର ସ୍ବାଇଁ ଆନ୍ଦୋଳନର ଭିତ୍ତିପତ୍ର ଉପସ୍ଥାପନ କରିଥିଲେ !

ଅଧିକ ପଢନ୍ତୁ

kc ads