ମଦ ନିଶାରେ ଘର ଭାବି ଶୋରିଷ ବାଡ଼ିରେ ଶୋଇଥିଲେ! ଆଉ ସକାଳକୁ…

କେନ୍ଦୁଝର ଜିଲ୍ଲାରେ କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ। ଆଉ ବାଣେଶ୍ୱର ଘରକୁ ଫେରୁଥିଲେ। ମଦ ପିଇଥିବାରୁ ତାଙ୍କୁ ପ୍ରବଳ ନିଶା ହୋଇଥିଲା। ଠିକ୍‌ରେ ଚାଲି ପାରୁନଥିଲେ। ତଥାପି ଚଉଦ ଭୁମନ ତାଙ୍କୁ ଦେଖାଯାଉଥିଲା। ନିଶା ଏତେ ହୋଇଥିଲା ଯେ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏକ ଶୋରିଷ ବାଡ଼ି ଭିତରକୁ ପଶି ଯାଇଥିଲେ। ଘର ଭାବି ସେଠାରେ ରାତି ତମାମ ଶୋଇ ପଡ଼ିଥିଲେ।ପରିବାର ଲୋକେ ବାଣେଶ୍ୱରଙ୍କୁ ଚାରିଆଡେ ଖୋଜା ଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ପାଇନଥିଲେ। ଆଜି ସକାଳେ ତାଙ୍କୁ ଶୋରିଷ ବାଡିରେ ଆଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ତଙ୍କୁ ଆମ୍ବୁଲାନ୍ସରେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ