ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ପ୍ରତିକ୍ରିୟା

ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି ସରେଜିନୀ ହେମ୍ବ୍ରମ କହିଛନ୍ତି। ସେ କହିଛନ୍ତି, ମୟୁରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଛନ୍ତି, ଲୋକ ଏହାର ଜବାବ ଦେବେ। ଯଦି ସମାଜର ମଙ୍ଗଳ ଚାହୁଁଥିଲେ ତା’ହେଲେ ଖାଲି ଦଳରୁ ଇସ୍ତଫା ଦେଇଥାନ୍ତେ।

ତେବେ ବୁଧବାର ସନ୍ଧ୍ୟା ବେଳକୁ ସମସ୍ତଙ୍କୁ ଚମକାଇ ଦେଇଥିଲେ ମମତା। ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇଥିବା ଖବର ଆସିଥିଲା। ତାପରେ ସେ ବିଜେଡି ଦଳ ଛାଡିଥିଲେ। ଆଉ ଏହି ଖବରକୁ ମାତ୍ର ୨୪ଘଂଟା ନପୂରଣୁ ବଦଳି ଯାଇଛି ପୂରା ଚିତ୍ର। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତା ମମତାଙ୍କୁ ସ୍ୱାଗତ କରିଛନ୍ତି।

ଅଧିକ ପଢନ୍ତୁ