ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେଲେ ପ୍ରଧାନମନ୍ତ୍ରୀ ।

ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ୱନ୍ଧକୁ ଅଧିକ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱୀପଦେଶ ଗସ୍ତରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ଧରମ ଗୋଖୁଲ ଓ ତାଙ୍କ ପତ୍ନୀଙ୍କୁ ବିଶିଷ୍ଟ ଭାରତୀୟ ଉପହାର ବି ପ୍ରଦାନ କରିଛନ୍ତି । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ମରିସସ୍ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଶିଳ୍ପ କଳାର ଉତ୍କୃଷ୍ଟତାର ପ୍ରତୀକ ରୂପେ ଏକ ବାରାଣସୀ ଶାଢ଼ି ଭେଟି ଦେଇଛନ୍ତି । ଏହି ଶାଢି ବାରାଣସୀ ଶିଳ୍ପକଳାକୁ ଦର୍ଶାଉଛି, ଯେଉଁଥିରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି । ଶାଢ଼ିର ରୟାଲ ବ୍ଲୁ ରଙ୍ଗ ଓ ରୁପା ଜରିରେ ଡିଜାଇନ୍ ଏହାକୁ ଅଧିକ ଆକର୍ଷଣୀୟ କରୁଛି ।

ଅଧିକ ପଢନ୍ତୁ