ମହାକୁମ୍ଭକୁ ଏକା ଚାଲିଆସିଲେ ୯୨ ବର୍ଷୀୟ ବୁଢୀ ମା’ । ସଙ୍ଗମରେ ବୁଡ଼ ପକାଇଲେ

ଆଧ୍ୟାତ୍ମ ଜୀବନର ଆଧାର ପାଲଟିଗଲେ ଦୁଃଖଭରା ଜୀବନ ବି ଶାନ୍ତିର ସାଗରରେ ବୁଡ଼ ପକାଏ । ମନରୁ ଭୟ ,ଡ଼ରର ମାୟାକୁ କାଢି ଫୋପାଡି ନିଡ଼ରର ରାସ୍ତାରେ ଚାଲିବା ଶିଖାଏ ଆଧ୍ୟାତ୍ମିକତା । ଏମିତି କିଛି କଥାକୁ ସଫଳ ଓ ସତ କରି ଦେଖାଇଛନ୍ତି ଜଣେ ବୃଦ୍ଧା । ଯିଏକି ମହାକୁମ୍ଭରେ ପହଞ୍ଚିବା ସହିତ ସ୍ନାନ କରି ବୁଡ ପକାଇଛନ୍ତି । ଏଥିପାଇଁ ନିଜକୁ ଭାଗଶାଳୀ ଅନୁଭବ କରିଛନ୍ତି ।ବୃଦ୍ଧାଙ୍କୁ ଯେତେବେଳେ ପ୍ରଶ୍ନ ପଚାରା ଯାଇଥିଲା କି ଆପଣ ଏକା ଆସିଛନ୍ତି କି …ସେ ହଁ କହିଥିଲେ । ସେ କହିଲେ,ବୟସ ହେଲାଣି ବୋଲି ପରିବାର ଭାବୁଛନ୍ତି ମୁଁ କେଉଁଠି ହଜିଯିବି କି ଚାଲିପାରିବିନି ପଡ଼ିଯିବି । ହେଲେ ମୋ ଗୋଡରେ ବହୁତ ବଳ । ୧୪୪ ବର୍ଷ ପରେ ମହାକୁମ୍ଭ ପଡ଼ିଛି ମୁଁ ଘରେ ଟିଭିରେ ବସି କେମିତି ଏହାର ସାକ୍ଷୀ ରହିବି । ମହାକୁମ୍ଭକୁ ଆସିବା ପାଇଁ ମନ ଡ଼ାକିଲା ସେଥିପାଇଁ ନାତୁଣୀକୁ ମୁଁ ଯାଉଛି କହି ବାହାରି ଆସିଲି । ହି ବୃଦ୍ଧା କେବଳ ପ୍ରଥମ ଥର ନୁହେଁ ୧୯୪୫ରୁ ସେ କୁମ୍ଭମେଳାରେ ପହଞ୍ଚି ଗଙ୍ଗାରେ ବୁଡ ପକାଇ ଆସୁଛନ୍ତି ।

ମହାକୁମ୍ଭରେ ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଅସଂଖ୍ୟ ଶ୍ରଦ୍ଧାଳୁ ବୁଡରେ ସାମିଲ ହେବାପାଇଁ ପ୍ରଯୋଗରାଜ ଆସି ପହଞ୍ଚିଛନ୍ତି । ପ୍ରତିଦିନ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାରେ ବୁଡ ପକାଉଛନ୍ତି । ଏହି ଶ୍ରଦ୍ଧାଳୁ ମାନେ ୨୦ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଖାଲି ପାଦରେ ଆସୁଛନ୍ତି । ଯାହାକି ଅତିକ୍ରମ କରିବାକୁ କଷ୍ଟ ହେଉଛି । ତେବେ ବୃଦ୍ଧ ମହିଳା ମୋବାଇଲ୍ ଫୋନ୍ ଚଲାଇପାରୁ ନାହିଁ ସତ ହେଲେ ଅଭିଜ୍ଞତା ରହିଛି । ଧନବାଦ୍ ରୁ ଟ୍ରେନ୍ ଧରି ସେ ପ୍ରୟାଗରାଜ ଚାଲିଆସିଲେ ଆଉ ମହାକୁମ୍ଭରେ ସାହି ସ୍ନାନ କଲେ । ସାଧୁମହାତ୍ମାଙ୍କଠାରୁ ଆଶିର୍ବାଦ ନେଲେ , କେତେ ଭାଷାଭାଷୀ ଲୋକଙ୍କ ସହ ମିଶି ମହାକୁମ୍ଭ ବୁଲିଲେ ଆଉ ତା’ପରେ ପୁଣି ଘରକୁ ଲେଉଟିଗଲେ । ତେବେ ବୃଦ୍ଧାଙ୍କ ଏହି ସାହାସ ଓ ଚେଷ୍ଟାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।

ଅଧିକ ପଢନ୍ତୁ