ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ପ୍ରସ୍ତୁତି

ଆସନ୍ତା ୫ ତାରିଖରେ ଏକାମ୍ର କ୍ଷେତ୍ରରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାତ୍ରା କରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ । ସେହିପରି ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମଧ୍ୟରାତ୍ରିରୁ ମରିଚି କୁଣ୍ଡ ପାଣି ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କରାଯିବ।

ଶନିବାର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ।ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର କରିଛନ୍ତି ମହାରଣା ସେବାୟତ । ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଆଡି ରଥଗଡ଼ାରେ ନେତ ଉତ୍ସବ କରାଯିବ । ସନ୍ଧ୍ୟା ଧୂପ ପରେ ଏହା ଆରମ୍ଭ ହେବ । ସେପଟେ ଏକାମ୍ର ସାଂସ୍କୃତିକ ପ୍ରକାଶନ ପକ୍ଷରୁ ୬ ଦିନ ଧରି ଲିଙ୍ଗରାଜ ଫେଷ୍ଟିଭାଲ ପାଳନ ହେବ । ରଥଯାତ୍ରାରେ ସୁରକ୍ଷା ନିମନ୍ତେ ଡିସିପିଙ୍କ ନେତୃତ୍ବରେ 13 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।

ଅଧିକ ପଢନ୍ତୁ

kc ads