ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ ।ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଥିଲା। ଘିଅର ମାନ ପରୀକ୍ଷା ପାଇଁ ସାମ୍ପଲ ସଂଗ୍ରହ କରିଥିଲେ । ଘିଅର ସାମ୍ପୁଲକୁ ପରୀକ୍ଷା ପାଇଁ ଭୁବନେଶ୍ବର ଲାବ୍କୁ ପଠାଯାଇଥିଲା ।