ମିଛଟାରେ କାନ୍ଦୁଥିଲେ ମହିଳା, ମେଡିକାଲ୍‌ରୁ ଚୋରି ହୋଇନି ପିଲା!

ୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ । ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ । ସିସିଟିଭି ଯାଞ୍ଚ ପରେ ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ଜଗଦୀଶ ଜେନା । ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି ।ଅଭିଯୋଗ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଡାକ୍ତରଖାନା ଟିକେଟ କାଟିନଥିବା ଏବଂ କୌଣସି ଡାକ୍ତରଙ୍କୁ ଦେଖାଇନଥିବା ଏପରିକି ଓଟିକୁ ଯାଇନଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।

ତେଣୁ ଅଭିଯୋଗ ମିଥ୍ୟା ଏବଂ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯିବ ବୋଲି ମେଡିକାଲ ଅଫିସର କହିଛନ୍ତି । ସେପଟେ ପୋଲିସ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଇ ଅଧିକ ପଚରାଉଚରା କରୁଛି ।ଅଭିଯୋଗରୁ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ଗର୍ଭବତୀ ଥିଲେ। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ପରବର୍ତ୍ତୀ ସମୟରେ ଶିଶୁ ପୁତ୍ର ଚୋରି ହୋଇଥିବା ସୁଧୀସ୍ମିତା ଅଭିଯୋଗ କରିଥିଲେ।

ଅଧିକ ପଢନ୍ତୁ

kc ads