ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ !

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ମୌସମୀ ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ ମେ’ ରେ ପହଞ୍ଚିଥିଲା। ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୧ରେ କେରଳରେ ପହଞ୍ଚିବା ପରେ ଜୁଲାଇ ୮ ପର୍ଯ୍ୟନ୍ତ ସାରା ଭାରତରେ ବର୍ଷା ହୋଇଯାଇଥାଏ। । ୧୭ ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ । ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ଫେରିଯାଇଥାଏ।

ଅଧିକ ପଢନ୍ତୁ

kc ads