ମୋଦି ସରକାରର ଜନବିରୋଧିନିତି ବିରୁଦ୍ଧ ରେ କୃଷକ ଶ୍ରମିକ ମାନଙ୍କ ଚେତାବନୀ ସମାବେଶ

ରାଯୂଗଡ,ଜିଲା-ଚଳିତ ମାସ 26 11 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା (SKM) ଓ କେନ୍ଦ୍ରୀୟ ଟ୍ରେଡ ଜୁନିୟନ ତରଫରୁ ଦେଶ ବ୍ୟାପୀ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ଅବସରରେ INTUC, AIKM, AIKMS, AICCTU, CITU, IFTU ତରଫରୁ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 21 ଦଫା ଦାବି ପତ୍ର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା-1 – ସମସ୍ତ ଫସଲ ପାଇଁ ଆଇନଗତ ଭାବେ ନିଶ୍ଚିତ କ୍ରୟ ସହିତ ପ୍ରତ୍ୟେକ ଫସଲର ଉତ୍ପାଦନ ନିମନ୍ତେ ଖର୍ଚ୍ଚ ହୋଇଥିବା ସମୁଦାୟ ମୂଲ୍ୟ ସହିତ ସେହି ମୂଲ୍ୟର ୫୦ ପ୍ରତିଶତକୁ (MSP @C2+ ଏହାର ୫୦%କୁ ) ମିଶାଇ ସେହି ଫସଲ ପାଇଁ ନ୍ୟୁନତମ ସହାୟକ ମୂଲ୍ୟ ଭାବେ ପ୍ରଦାନ କରାଯାଉ ।2 – ୪ଟି ଶ୍ରମ କୋଡ୍ ଉଚ୍ଛେଦ କରିବା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା/ ଠିକା ନିଯୁକ୍ତି ପ୍ରଥା କିମ୍ବା ଆଉଟସୋର୍ସିଂ ନିଯୁକ୍ତି ବଦଂ କରିବା 3 – ସଂଗଠିତ, ଅସଂଗଠିତ, ସ୍କିମ୍ ଶ୍ରମିକ ଏବଂ ଚୁକ୍ତିଭିତ୍ତିକ ଶ୍ରମିକ ଏବଂ କୃଷି ଉଦ୍ୟୋଗ ରେ କାର୍ଯ୍ୟରତ ଶ୍ରମିକ ସମେତ ସମସ୍ତ ଶ୍ରମିକଙ୍କ ପାଇଁ ମାସିକ ସର୍ବନିମ୍ନ ମଜୁରି ୨୬୦୦୦ ଟଙ୍କା ଏବଂ ମାସିକ ୧୦,୦୦୦ ଟଙ୍କା ହାରରେ ପେନସନ ଏବଂ ସାମାଜିକ ସୁରକ୍ଷା ସୁବିଧା ସୁଯୋଗ କାର୍ଯ୍ୟକାରୀ କରାଯାଉ ।4 – ଋଣବୋଝ ଓ ଆତ୍ମହତ୍ୟା ଦୂର କରିବା ପାଇଁ କୃଷକ ଓ କୃଷି ଶ୍ରମିକଙ୍କ ପାଇଁ ବ୍ୟାପକ ଋଣ ଛାଡ଼ର ବ୍ୟବସ୍ଥା କରାଯାଉ; କୃଷକ ଓ ଶ୍ରମିକଙ୍କ ପାଇଁ କମ୍ ସୁଧହାରରେ ଋଣ ପ୍ରଦାନର ସୁବିଧା ସୁନିଶ୍ଚିତ କରାଯାଉ ।5 – ପ୍ରତିରକ୍ଷା, ରେଳବାଇ, ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି ଶକ୍ତି ସଂସ୍ଥାନ ସମେତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଜନସେବାର ଘରୋଇକରଣ ଉପରେ ରୋକ ଲଗାଯାଉ । ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ୍ (ଏନ୍ ଏମ୍ ପି)କୁ ବାତିଲ କରାଯାଉ । ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ଚଳିବ ନାହିଁ,କୃଷି ପମ୍ପ ପାଇଁ ମାଗଣା ବିଜୁଳି,ଘରୋଇ ଉପଭୋକ୍ତା ଓ ଦୋକାନକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରାଯାଉ ।6-କୃଷିର କର୍ପୋରେଟକରଣକୁ ସହଜ କରୁଥିବା, ଏବଂ ରାଜ୍ୟ ସରକାରଙ୍କ ଅଧିକାରକୁ ଉଲ୍ଲଂଘନ କରୁଥିବା ଭଳି କୌଣସି ଡିଜିଟାଲ କୃଷି ମିଶନ (ଡି.ଏ.ଏମ), ଜାତୀୟ ସମବାୟ ନୀତି ଏବଂ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହିତ ଆଇ.ସି.ଏ.ଆର୍ ର ଚୁକ୍ତି ବଦଂ କରିବା ।7 – ଜମି ଅଧିଗ୍ରହଣ ବନ୍ଦ କରାଯାଉ, ଏଲ୍ ଏ.ଆର୍.ଆର୍. ଆକ୍ଟ-୨୦୧୩ ଏବଂ ଏଫ୍.ଆର୍.ଆକ୍ଟ-2006 କୁ କାର୍ଯ୍ୟକାରୀ କରାଯାଉ 8 – ସମସ୍ତଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଏବଂ ଚାକିରିର ନିରାପତ୍ତା ସୁନିଶ୍ଚିତ କରାଯାଉ । “ମନରେଗା” ଯୋଜନା ଅଧୀନରେ ପ୍ରତ୍ଯେକ ଶ୍ରମିକଙ୍କୁ ୨୦୦ ଦିନର କାମ ଏବଂ ମଜୁରୀ ବାବଦରେ ଦିନକୁ ୬୦୦ ଟଙ୍କା ସୁନିଶ୍ଚିତ କରାଯାଉ । ଏହି ଯୋଜନାକୁ ସହରାଞ୍ଚଳ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉ। ମନରେଗାରୁ ବିଭିନ୍ନ ପରିବାରକୁ ବାଦ୍ ଦିଆଯାଇଛି,ଏହି ବାଦ୍ ଦେବା ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ମନେରେଗା ଅଧୀନରେ କାମ କରିଥିବା ଶ୍ରମିକମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ।9 – ଫସଲ ଏବଂ ପଶୁସମ୍ପଦ (ଗୋରୁମାନଙ୍କ) ପାଇଁ ବ୍ୟାପକ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବୀମା ଯୋଜନା, ଫସଲ ବୀମା ସୁନିଶ୍ଚିତ କରାଯାଉ ଏବଂ ଭାଗଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ତ ଯୋଜନାର ଲାଭ ସୁନିଶ୍ଚିତ କରାଯାଉ ।10 – ଦରବୃଦ୍ଧିକୁ ତୁରନ୍ତ ରୋକାଯାଉ । ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପି.ଡି.ଏସ୍.) କୁ ମଜବୁତ କରାଯାଉ । ସମସ୍ତଙ୍କ ପାଇଁଝ ଗୁଣାତ୍ମକ ଜନସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ସୁନିଶ୍ଚିତ କରାଯାଉ । ସମସ୍ତଙ୍କ ପାଇଁ ୬୦ ବର୍ଷ ବୟସରେ ମାସିକ ୧୦,୦୦୦ ଟଙ୍କାର ପେନସନ ସୁନିଶ୍ଚିତ ଧନୀଙ୍କ ଉପରେ ଟିକସ ଲାଗୁ କରାଯାଉ 11 – ସମାଜରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବା, ଦଳିତ,ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସମେତ ସମସ୍ତ ଅବହେଳିତ ବର୍ଗଙ୍କ ବିରୋଧରେ ହିଂସା, ସାମାଜିକ ଅତ୍ୟାଚାର ଏବଂ ଜାତିଗତ-ସାମ୍ପ୍ରଦାୟିକ ଭେଦଭାବ ବନ୍ଦ କରାଯାଉ ।12 – ରାୟଗଡ଼ା ଜିଲ୍ଲା ରେ ସିଲିଂ ବହିର୍ଭୁତ ଜମି, ଆଦିବାସୀ ଓ ଦଳିତ ମାନକଂ ଭୋଗ ଦଖଲ ରେ ଥିବା ଜମି ଓ ଘର ପଟା ପ୍ରଦାନ କରିବା। ଉପସ୍ଥିତ ଥିଲେ ଭବାନୀ ଶଙ୍କର ଜେନା ( INTUC) ଅନାସିମ ଶବର – ରାଜ୍ୟ ସଭାପତି, ଅଖିଲ ଭାରତ କୃଷକ ମହାସଭା ( AIKM) ବୃନ୍ଦାବନ ବିଡିକା (AICCTU)ଚଦଂନ ହରିନାଥ (CITU) ଭାଲ ଚନ୍ଦ୍ର ଷଡ଼ଙ୍ଗୀ (AIKMS – IFTU ) ରାମ ଚନ୍ଦ୍ର ପ୍ରାସ୍କା, ରୁନା ନାୟକ, ଅର୍ଜୁନ ଗମାଙ୍ଗ, ନିର ପାତ୍ର, ବଳରାମ କୁସୁଲିଆ, ଆଛାନା ମଣ୍ଡାଙ୍ଗି, ପାର୍ବତୀ ଶବର, ପ୍ରତିମା ଶବର ନିବେଦକ ତ୍ରିପତି ଗମାଙ୍ଗ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ ଓ ସ୍ଵାଧୀନ ଫେଡେରେସନ ରାୟଗଡା. ଓଡିଶା

ଅଧିକ ପଢନ୍ତୁ