ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି। ରକ୍ତରେ ଲେଖାଥିବା ଏହି ଚିଠିରେ ନରସିଂହାନନ୍ଦ ଅନ୍ୟ ସନାତନ ଧର୍ମଗୁରୁଙ୍କ ଦସ୍ତଖତ ନେଇଛନ୍ତି। ଶ୍ରୀ ଦୁଧେଶ୍ବରନାଥ ମଠ ଶିବିରରେ ଗଣମାଧ୍ୟମ ସହ ଆଲୋଚନା କରି ନରସିଂହାନନ୍ଦ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମଗ୍ର ଦୁନିଆରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଅନୁରୋଧ କରିଛି।
ଯେତି ନରସିଂହାନନ୍ଦଙ୍କ ପ୍ରକୃତ ନାମ ଦୀପକ ତ୍ୟାଗୀ। ସେ ଜଣେ ଇଞ୍ଜିନିୟର । ସେ ରୁଷିଆରେ ଇଞ୍ଜିନିୟରିଂ ପଢିଥିଲେ ଏବଂ ବ୍ରିଟେନ ସମେତ ଅନ୍ୟ କିଛି ଦେଶରେ ମଧ୍ୟ କାମ କରିଥିଲେ। ଏହା ପରେ ସେ ଭାରତ ଫେରି ଆସିଲେ। ଦେଶକୁ ଫେରିବା ପରେ, ସେ ପ୍ରଥମେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ସନ୍ଥଙ୍କ ପଥ ଗ୍ରହଣ କରିଥିଲେ।
ବର୍ତ୍ତମାନ ସେ ଉତ୍ତର ପ୍ରଦେଶର ଗାଜିଆବାଦର ଦାସନା ଶିବଶକ୍ତି ଧାମର ମହନ୍ତ। ସେ ପ୍ରାୟ ୨୦ ବର୍ଷ ଧରି ଏହି ମନ୍ଦିର ସହିତ ଜଡିତ। ପ୍ରଥମେ ସେ ତାଙ୍କର ନାମ ଦୀପେନ୍ଦ୍ର ନାରାୟଣ ସିଂହ ରଖିଥିଲେ ଏବଂ ତା’ପରେ ସେ ଯତୀ ନରସିଂହାନନ୍ଦ ହୋଇଥିଲେ।