ଯାଜପୁରରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସର୍ବାଧିକ ନିର୍ଯାତନା

ଭାରତରେ ଅତ୍ୟାଚାର, ନିର୍ଯାତନା ଆଦି ମାମଲା ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଗତ ମାସ ମଧ୍ୟରେ ୨୪୮୩ ଜଣଙ୍କୁ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ଗୃହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରୀ ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(DSP) ପାହ୍ୟାରେ କରାଯାଉଛି । ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି ।

ଅଧିକ ପଢନ୍ତୁ

kc ads