ରାତାରାତି ବଦଳିଗଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ

ରାଜ୍ୟରେ ଏବେ ଚାଲିଛି ରଙ୍ଗ ବୋଳା ରାଜନୀତି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏପରି କିଛି କାର୍ଯ୍ୟ କରୁଛି ଯାହାକ ବିରୋଧୀ କଟାକ୍ଷ କରି ଏପରି କହୁଛନ୍ତି। ହେଲେ ସାଧାରଣରେ ଏବେ ଚର୍ଚ୍ଚା ହେଉଛି କି, ଏବେ ବିଜୁ ବାବୁଙ୍କ ପାଳି ପଡିଛି।ସେଥିପାଇଁ ରାତାରାତି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଘନ ସବୁଜରୁ ତମ୍ବା ରଙ୍ଗର ହୋଇଯାଇଛି, ଯାହାକି ଗେରୁଆ ପରି ଦିଶୁଛି ବୋଲି ଅଭିଯୋଗ ଆସିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।କଟକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ନେଇ ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ଦେବୀ ତ୍ରିପାଠୀ କହିଛନ୍ତି, ଓଡ଼ିଶା ପକ୍ଷ ପାଳନ କରି ବରପୁତ୍ରଙ୍କୁ ସମ୍ମାନ ଦେବା କଥା କହୁଛନ୍ତି ରାଜ୍ୟ ସରକାର । କିନ୍ତୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର । ପୂର୍ବରୁ କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ବି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାକୁ ନେଇ ବିଭିନ୍ନ ଆଡୁ ପ୍ରତିବାଦ ପରେ ସରକାର ଓହରିଲେ । ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି କରି ଓଡ଼ିଶାବାସୀଙ୍କ ମନରୁ ବିଜୁ ପଟ୍ଟନାୟକଙ୍କ ପ୍ରତିଛବିକୁ କେହି ମଳିନ କରି ପାରିବେନି ।

ଅଧିକ ପଢନ୍ତୁ

kc ads