ରସୁଲଗଡ଼ ଓଭରବ୍ରିଜ୍ରେ ଯୁବକଙ୍କୁ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ ଆଜିର ଘଟଣା ନୁହେଁ, କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା ।
କିନ୍ତୁ ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧି ଖସି ଯାଇପାରିବ ନାହିଁ । ସେଇ ସମାନ ପୋଲିସ ଏବେ ଅପରାଧୀକୁ ଧରୁଛି । କିନ୍ତୁ ପୂର୍ବ ସରକାରରେ ଏହା ହେଉନଥିଲା । ସୂଚନାମୁତାବକ ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ । ବାଇକ୍ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି । ସକାଳ ୭ଟାରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିଦେଲେ । ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।