ବିଧାନସଭାରୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ଆଜି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସର ଏକ ଟିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଅନୁଧ୍ୟାନ କରିବେ। ଆମର ବିଶ୍ବାସ ସେ ନ୍ୟାୟ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ ଲଢେଇ ଜାରି ରହିବ ବୋଲି ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେପଟେ ଆଜିର ଘଟଣା ବିଧାନସଭା ଆଗରେ ବିଧାୟକ ଧାରଣା ଦେବ ପ୍ରସଙ୍ଗରେ ବିଧାୟକ ତାରା ବାହିନୀପତି କହିଛନ୍ତି ଆମେ କାହା ଦୟାରେ ରାଜନୀତି କରୁନୁ । ଆମେ ଏ ବାବଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛୁ । ରାଷ୍ଟ୍ରପତିଙ୍କୁ ଭେଟିବୁ ।
