ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

ରାୟଗଡା/୧୯/୧୧/୨୪ : ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ, ଶ୍ରୀଯୁକ୍ତ କାଦ୍ରାକା ଆପାଳସ୍ୱାମୀ,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି, ଆରୋକ୍ଷୀ ଅଧିକ୍ଷିକା ଏସ ସ୍ୱାତୀ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର,ଗୁଣପୁର ଉପଜିଲ୍ଳାପାଳ ସୁଶ୍ରୀ କିରଣ ଦୀପ କୌର ସାହତେ,ରାୟଗଡା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ର ଦେବୀ,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଦଶରାଥି ସୋରେନ ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ଦାଶଙ୍କ ସମେତ ଚାଷୀପ୍ରତିନିଧି, ମିଲର୍ସ, ସମବାୟ ସମିତିସଂପାଦକ, ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ଖରିଫ ବର୍ଷରେ ୯ ଲକ୍ଷ ୪୩ ହଜାର ୭୦୧ କ୍ୱିଂଟାଲ ଧାନ ଆକାରରେ ୬୩ ହଜାର ୨୨୮ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୧ ହଜାର ୧୪୬ ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା । ଗତବର୍ଷ ୧୦ ଲକ୍ଷ ୫୦ ହଜାର ୭୪୬ କ୍ୱିଂଟାଲ ଧାନ ଆକାରରେ ୭୦ ହଜାର ୪୦୦ ମେଟ୍ରିକ୍ ଟନ ଚାଉଳ ଧାର୍ଯ୍ୟ ରଖାଯାଇଥିବା ବେଳେ ୧୬ ହଜାର ୪୬୪ଜଣ ପଂଜୀକୃତ ଚାଷୀଙ୍କ ଠାରୁ ୯ ଲକ୍ଷ ୩୬ ହଜାର ୭୧୨ କ୍ୱିଂଟାଲ ଧାନ କ୍ରୟ କରାଯାଇଥିଲା ଏବଂ ଏଥିରେ ୧୪ ଟି ଲ୍ୟାମ୍ପସ୍ ଅଧିନରେ ୪୩ଟି ମଣ୍ଡି ଖୋଲାଯାଇଥିଲା ଏବଂ ଜିଲ୍ଳାର ୧୨୨ ଜଣ ମିଲର୍ସ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ମଧ୍ୟ ୪୩ଗୋଟି ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନୁହୁଅନ୍ତି ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାରେ ଚାଷୀ ମାନକ ଠରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l ଧାନର କ୍ରୟମୂଲ୍ୟ ଓଡିଶାର ଚାଷୀମାନେଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ଟଙ୍କା+ Imput assistance ଟ800. ୦୦ କୁ କରାଯାଇଛି l ଅନ୍ୟରଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଉପଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଥିଲେ l ଚାଷୀ ମାନଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଜମା କରାଯିବ l ଚାଷୀ ଏଫକ୍ୟୁ ମlନରଧାନ ମଣ୍ଡିକୁ ଆଣିବେ l ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ l ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି l ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୧୭ତାରିଖରେ ଆରମ୍ଭ କରାଯାଇ ୩୧ମାର୍ଚ୍ଚ ୨୦୨୫ ଯାଏଁ କିଣାଯିବ l ଚାଷୀମାନଙ୍କ ଜାଣିବା ପାଇଁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯିବ l

ଅଧିକ ପଢନ୍ତୁ