ର୍ବାଚନ ପୂର୍ବରୁ ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ଟଙ୍କା

ରାଜ୍ୟରେ ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ ବଣ୍ଟନ କରଯାଇଥିଲା । ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ ବଣ୍ଟନ କରିବା ସହିତ ପରିବାର ପିଛା ୧୦୦୦ ଟଙ୍କା ବଣ୍ଟନ କରଥିଲେ ତତ୍କାଳୀନ ସରକାର । ବିଧାନସଭା ଚାଲିଥିବା ବେଳେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି। ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ଟଙ୍କା।ଝୋଟ ବ୍ୟାଗ୍ ବଣ୍ଟନ ନେଇ ତଦନ୍ତ ଚାଲିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ । ଝୋଟ ବ୍ୟାଗ୍ ବାବଦରେ ଖର୍ଚ୍ଚ ହସ୍ତଗତ ହୋଇଛି । ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ୍ ଅର୍ଡର ଦିଆଯାଇଥିଲା । କିଏ ଅର୍ଡର ଦେଇଥିଲା ଓ କାହିଁକି ଦେଇଥିଲେ, ଏଥିରେ କ’ଣ ଉଦ୍ଦେଶ୍ୟ ଥିଲା, ସେ ନେଇ ମଧ୍ୟ ତଦନ୍ତ କରାଯିବ । ଏଥିରେ ରାଜ୍ୟ ରାଜକୋଷର ଅପବ୍ୟବହାର ହୋଇଥିଲେ, ଯିଏ ବି ହୋଇଥାନ୍ତୁ, ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢନ୍ତୁ