ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା ବେହେରା ।ତେବେ ଯୋଗାଣ ନିରୀକ୍ଷକ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଯୋଗାଣ ସହାୟକ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ଟଙ୍କା ଯୋଗାଣ ନିରୀକ୍ଷକଙ୍କୁ ଦେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ସଂଧ୍ୟା ୭ଟାରେ ଗିରଫ କରାଯାଇଛି। ଏଥିନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଦଶମନ୍ତପୁର କାର୍ଯ୍ୟାଳୟ, ବ୍ରହ୍ମପୁର ସ୍ଥିତ ଘର ଏବଂ ଅଂକୁଲି ଛକରେ ଶ୍ରୀହରି ନଗରଠାରେ ଥିବା ଘର ସମେତ ପୂଜାରୀପୁଟ ସ୍ଥିତ ଭଡାଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି ।
