ଲୁଟିବାକୁ ଆସି ମହିଳାଙ୍କୁ ମାରିଦେଲେ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ ଅଭାବନୀୟ ଘଟଣା । ଲୁଟ୍‌ କରିବାକୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଯେଉଁଥିରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଝିଅଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ୱିତ ରାତିରେ ଲୁଟ୍ ପାଇଁ ଘରେ ପଶିଥିଲେ ୨ ଦୁର୍ବୃତ୍ତ । ହେଲେ ଲୁଟ୍ ବେଳେ ଉଠି ପଡିଥିଲେ କୌଶଲ୍ୟା ପତି । ଆଉ ଲୁଟ୍ ହେବା ଦେଖି ସେ ପାଟି କରିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଲୁଟେରା । ବୃଦ୍ଧାଙ୍କ ସହ ତାଙ୍କ ଝିଅ ମଧ୍ୟ ସେହି ଘରେ ଥିଲେ । ମା ଉପରେ ଆକ୍ରମଣ ଦେଖି ଝିଅ ଜୋରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ । ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ । ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ତୁରନ୍ତ ବାଲିଚନ୍ଦ୍ରପୁର ଥାନା ପୋଲିସକୁ ଖବର ଦେଇଥିଲେ । ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।

ଅଧିକ ପଢନ୍ତୁ

kc ads