ଲୁଣି ପାଣିକୁ ପାନୀୟ ଯୋଗ୍ୟ କରିବାକୁ ଯୋଜନା ଚାଲିଛି

ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ। ଏନେଇ ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ସରକାର କେନ୍ଦ୍ରର ଜଳ ସମ୍ପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଯେଉଁଥିଲାଗି ଅନେକ ପ୍ରକଳ୍ପ ବିଳମ୍ବ ହୋଇଛି । ଠିକ୍ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ । ଆମେ ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ କାମ ୨୦୨୬ରେ ଶେଷ ହେବ ।ଦୟାରୁ ଜଳ ଉଠାଣ ପାଇଁ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଡେଲାଙ୍ଗରେ ହେବ।

ଏସମ୍ପକରେ ବାଚସ୍ପତି କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ୱ ଦିଅନ୍ତୁ। ସେହିପରି ଲୁଣି ପାଣି ହେବ ପିଇବା ପାଣି ଯୋଗ୍ୟ। ବୈତରଣୀ ଓ ଖରସ୍ରୋତା ନଦୀରେ ପାଣି ରହୁନଥିବା ସମସ୍ୟା ଅନେକ ଦିନର ତେଣୁ ଏଠାରେ ଚେକଡ୍ୟାମ୍ କରାଯିବାର ଆବଶ୍ୟକତା ରହିଛି । ଏହାସହ ଯାଜପୁରର ଅନେକ ସ୍ଥାନରେ ଲୁଣି ପାଣି ସମସ୍ୟା ମଧ୍ୟ ଦୀର୍ଘ ଦିନର । ଯଦିଓ ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାର ଟେକ୍ନୋଲୋଜିି ଏଯାଏଁ କେଉଁଠି କାର୍ଯ୍ୟକାରୀ ହୋଇନାହିଁ ତଥାପି ଏହି ସମସ୍ୟାକୁ ଦୂରେଇବାକୁ ଏକ କମ୍ପାନୀ ସହ ଆଲୋଚନା ସରିଛି । କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ଏଠାରେ ଲୁଣିପାଣିକୁ ପାନୀୟ ଜଳରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ ହେବ ।

ଅଧିକ ପଢନ୍ତୁ