ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଅଭିଯୋଗ ଜଣାଇବା ପାଇଁ ବାଲେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି ଜଣକ । ଘରେ ଭାଇ ମାନେ ଚାକିରି କରୁଛନ୍ତି । କିନ୍ତୁ ବାପା ବଞ୍ଚିଥିବା ସମୟରେ ତାଙ୍କୁ ମତେଇ ସବୁ ସମ୍ପତ୍ତି ତାଙ୍କ ନାଁରେ କରିନେବା ସହିତ ଘରୁ ବାହାର କରିଦେଇଥିବା କହିଛନ୍ତି । ଏବେ ତିନି ବଢିଲା ଝିଅଙ୍କୁ ନେଇ ପାଲ ଟାଣି ରହୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଇଛନ୍ତି । ନିଜର ଅଭିଯୋଗ କହିବା ସମୟରେ ଛଳ ଛଳ ଆଖିରେ ଭାବବିହ୍ୱଳ ହୋଇ ପଡ଼ି ନ୍ୟାୟ ଭିକ୍ଷା କରିଛନ୍ତି ଦିବ୍ୟାଙ୍ଗ ଜଣକ ।
