ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ : ସୁରେଶ ପୂଜାରୀ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପ୍ରତିରୋଧମୂଳକ ପଦକ୍ଷେପ ନେଉଛନ୍ତି । ସମସ୍ତ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲେ ମଧ୍ୟ, ଆବଶ୍ୟକ ହେଲେ ଏହା ଅନ୍ୟ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ କରାଯିବ |ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସମ୍ବେଦନଶୀଳ ସ୍ଥାନ, ବିଶେଷକରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଥିବା DRDOର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR), ହୀରାକୁଦ ଡ୍ୟାମ୍, ବଲାଙ୍ଗୀରର ଅସ୍ତ୍ର କାରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୁରୀ ସମେତ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି । ଓଡ଼ିଶାରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା କେନ୍ଦ୍ର ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ବଲାଙ୍ଗିର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ୟ୍ୟ ସୁରକ୍ଷା ବଢ଼ାଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ତୀକ୍ଷ୍ଣ ନଜର ରଖିଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।

ଅଧିକ ପଢନ୍ତୁ

kc ads