ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ମୁହାଁମୁହିଁ ପରିସ୍ଥିତି । ପୋଲିସ ଉପରକୁ ଚୌକି ଫିଙ୍ଗିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ବାହାନାରେ ପୋଲିକୁ ଆକ୍ରମଣ । ଲୋୟର ପିଏମ୍ଜିରେ କଂଗ୍ରେସର ଆନ୍ଦୋଳନ ବେଳେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ତେବେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ ମାତ୍ର ଡ୍ରାଇଭରଙ୍କ ଯୋଗୁଁ ଏପରି କରିପାରିନଥିଲେ । ତେବେ ଏନେଇ ତଦନ୍ତ କରାଯିବ । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କିଛି କର୍ମୀମାନଙ୍କୁ ଉଠାଇ ନେଇଛି ପୋଲିସ । ବର୍ତ୍ତମାନ ସ୍ଥିତି ଆୟତ୍ତ ଥିବା ବେଳେ ସିସିଟିଭି ଆଧାରରେ ଏବେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା ।
