ଶବ ପରିବହନ ପାଇଁ ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ବତନ୍ତ୍ର କଲ ସେଣ୍ଟର

ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ ସେଣ୍ଟର । ୧୦୮ ଆୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା  ହେବ । ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ କାମ କରିବ । ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ଶବ କାମ କରିବ ।  ବୈଠକରେ ପ୍ରାରମ୍ଭିକ ଭାବେ ଆଲୋଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସେହିପରି ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ଆଗାମୀ ଦିନରେ ଶବ ପରିବହନ ପାଇଁ କିଲୋମିଟର ପିଛା ଦର କେତେ ରହିବ ତାହା ସ୍ଥିର ରହିବ।

ଅଧିକ ପଢନ୍ତୁ

kc ads