ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ ।

ଶିଶୁକୁ ଚାପି ଦେଲା ହାଇୱା । ସ୍ପିଡ ବ୍ରେକର ହେଲା କାଳ । ଘଟଣାସ୍ଥଳରେ ଦେଢ଼ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବାପା ମା ଅଳ୍ପକେ ବଞ୍ଚିଗଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଗୋଟିଏ ବାଇକରେ ସ୍ୱାମୀ ସ୍ତ୍ରୀ ଓ ଦେଢ଼ ବର୍ଷର ଛୁଆ ଯାଉଥିଲେ । ସ୍ପିଡ ବ୍ରେକର ଦେଇ ଯିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲା ବାଇକ । ଦେଢ଼ ବର୍ଷର ପିଲାଟିକୁ ସାମ୍ନାରୁ ଆସୁଥିବା ହାଇୱା ଚାପିଦେଇଥିଲା । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଝିଅର ମୃତଦେହ ନିକଟରେ ମୁଣ୍ଡ ପିଟି କାନ୍ଦୁଛି ମା’।

ଅଧିକ ପଢନ୍ତୁ