ନୂଆଗାଁ: ନୂଆଗାଁ ବ୍ଲକ୍ ଦୁରୁଦୁରା କ୍ଲଷ୍ଟର ସି ଆର୍ ସି ସି ରାକେଶ କୁମାର ଘଡେ଼ଇ ଙ୍କ ତତ୍ବାବଧାନରେ ଦୁରୁଦୁରା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଛି ଶିଶୁ ମାନଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ବୋଲି ସି ଆର୍ ସି ସି ରାକେଶ କହିଥିଲେ।ଶିଶୁ ମହୋତ୍ସବ ସୁରଭି ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ,ନୃତ୍ୟ ରେ ବିଚାରକ ଭାବେ ରକ୍ ଷ୍ଟାର ନୃତ୍ୟ ଏକାଡେମୀ କୋରିଓ ଗ୍ରାଫର ଅରବିନ୍ଦ ବାରିକ , ଶ୍ରାବରୀ ପରମଗୁରୁ ଯୋଗଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଚାହାଳି କ୍ଲଷ୍ଟର ସି ଆର୍ ସି ବିଭୂତି ଭୂଷଣ ମିଶ୍ର ଙ୍କ ତତ୍ବାବଧାନରେ ଜନଶକ୍ତି ହାଇସ୍କୁଲ୍ ଚାହାଳି ରେ , ବିଜୟ କୁମାର ବେହେରାଙ୍କ ତତ୍ବାବଧାନରେ ନୀଳାଦ୍ରିପୁର କ୍ଲଷ୍ଟର ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଲାଦ୍ରିପୁର କ୍ଲଷ୍ଟର ରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା,ସମ୍ମାନୀତ ଅତିଥି ଭାବେ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଚିତ୍ରାଙ୍କନ,ଗୀତ,ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥଲେ।