ନୟାଗଡ଼ ଜିଲା ନେଳିଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ରଖି ନିଆଁ ଲଗାଇ ପୋଡି ଦେଇଛନ୍ତି ଜ୍ବାଇଁ। ଯୌତୁକରେ ମିଳିଥିବା ସିନ୍ଦୁକ, ଖଟ ଏହାସହ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।୨୦ ବର୍ଷ ତଳେ ଦଶପଲ୍ଲା ଥାନା ବୁରୁସାହି ଗାଁର ବିଜୟ ନାୟକ ନେଳିଗୁଡ଼ା ଗ୍ରାମର ମମତା ନାୟକଙ୍କୁ ବିବାହ କରିଥିଲେ। ଦେଖାଚୁଆଁ ପରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ଦୁଇ ପିଲାର ବାପା-ମାଆ ହୋଇଥିଲେ ବିଜୟ ଓ ମମତା। ହେଲେ ହଠାତ୍ କ’ଣ ହେଲା କେଜାଣି ପରିବାରିକ ସଂସାରରେ ଉଠିଲା ଅଶାନ୍ତିର ଝଡ଼।ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ବଢ଼ିଲା ଝିଅ ଓ ପୁଅଙ୍କ ଆଗରେ ମାଡ଼ ଅକଥନୀୟ ହେବାରୁ ୭ ଦିନ ତଳେ ଜୀବନ ବିକଳରେ ବାପ ଘରକୁ ପଳାଇ ଯାଇଥିଲେ ମମତା। ଆଉ ସାଥୀରେ ନିଜର ବଢ଼ିଲା ପୁଅ ଓ ଝିଅଙ୍କୁ ନେଇ ଯାଇଥିଲେ।
ପୂରା ପରିବାର ଶ୍ୱଶୁର ଘର ଚାଲିଗଲେ | ଆଜି ସକାଳେ ଫୋନ୍ କରି ନିଜ ପତ୍ନୀ ଓ ଝିଅଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ ବିଜୟ । ପରେ ଶ୍ୱଶୁର ଘର ତରଫରୁ ଦିଆଯାଇଥିବା ଯୌତୁକ ସାମଗ୍ରୀକୁ ଧରି ନେଳିଗୁଡ଼ା ଗାଁରେ ପହଞ୍ଚିଥିଲେ ବିଜୟ। ସବୁ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଗଦା କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଜ ଆଖି ସାମ୍ନାରେ ଜଳିଗଲା ନିଜର ଯୌତୁକ ସାମଗ୍ରୀ।