ଶ୍ରୀକ୍ଷେତ୍ରରେ ୪ଟି ଶିବିରରେ ରହି ବ୍ରତ ପାଳନ କରୁଛନ୍ତି ହବିଷିଆଳୀ

ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ମହାକାର୍ତ୍ତିକ ବ୍ରତ । ପଞ୍ଚ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ୍ୟ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷିଆଳୀ । ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯାଇଥାଏ । ହବିଷ୍ୟାଳୀ ମା ମାନଙ୍କ ମହାପ୍ରଭୁଙ୍କୁ ଦର୍ଶନ, ପୂଜନ, ଭଜନ, କୀର୍ତନ ଆଦି ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଗହଳିକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହ ଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ କରିବେ ଅନ୍ୟ ଦ୍ଵାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢନ୍ତୁ