ସରିଲା ଐତିହାସିକ କଟକ ବାଲିଯାତ୍ରା। ୯ ଦିନରେ ୨୫୦ କୋଟି ଟଙ୍କା ବେପାର

ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ଼ ଅଢେଇ ଶହ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଓରମାସ୍ ଗତ ବର୍ଷ ୩୫କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୪୦କୋଟି ଟଙ୍କାର ବ୍ୟବସାୟ କରିଛି। ବିଭିନ୍ନ ଷ୍ଟଲରେ ନାନା ଅଫର ମଧ୍ୟ ଲଗାଇଥିଲେ ବ୍ୟବସାୟୀ। ଲୋକେ ମଧ୍ୟ ବିଭିନ୍ନ ଜିନିଷ ଘରକୁ କିଣି ନେଇଥିଲେ।

ଶେଷ ଦିନରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ବାଲିଯାତ୍ରା ପରିଚାଳନା ଛୋଟ ମୋଟ ବ୍ୟତିକ୍ରମ ବ୍ୟତୀତ ସମ୍ପୂର୍ଣ୍ଣ ସନ୍ତୋଷଜନକ ଥିଲା ବୋଲି କହିଛନ୍ତି ଜିଲ୍ଲାପାଳ। ବିଶେଷ କରି ୧୪ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ମାନେ ବାଲିଯାତ୍ରାର ଶାନ୍ତିପୂର୍ଣ୍ଣ ପରିଚାଳନାକୁ ପ୍ରଶଂସା କରିଥିଵା ଜିଲ୍ଲାପାଳ କହିଛନ୍ତି। ଏହାସହ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲେ। ଗାୟିକା ଅସୀମା ପଣ୍ଡାଙ୍କୁ ନେଇ ସାମାନ୍ୟ ବିବାଦ ଉପୁଜିଥିଲା। ଏହାସହ ବାଲିଯାତ୍ରାରେ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital