ସରିଲା ଭୋଟ୍‌, ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍‌ ପୋଲ୍‌ ମହାୟୁତି ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି। ଏକ୍‌ଜିଟ୍‌ ସର୍ଭେ ଅନୁଯାୟୀ ଭାଜପା ସହଯୋଗୀ ଦଳ ୧୫୨-୧୬୦ ସିଟ୍‌ ପାଇବ। କଂଗ୍ରେସ ମିଳିତ ମେଣ୍ଟ ୧୩୦-୧୩୮ ସିଟ୍‌ ପାଇବ ବୋଲି ଆଶା କରାଯାଉଛି।ସେହିପରି ମାଟ୍ରିଜ୍‌ କରିଥିବା ଏକ୍‌ଜିଟ ପୋଲ୍‌ରେ କୁହାଯାଇଛି ଯେ,ଭାଜପା ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ।

ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଗାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।ସେହିପରି ଝାଡ଼ଖଣ୍ଡରେ ଏନ୍‌ଡିଏ ଆଗରେ ଥିବା ଏକ୍‌ଜିଟ ପୋଲ୍‌ରେ ଆକଳନ କରାଯାଇଛି। ମାଟ୍ରିଜ୍‌ ଏକ୍‌ଜିଟ୍‌ ପୋଲ୍‌ରେ ଝାଡ଼ଖଣ୍ଡରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୪୨ରୁ ୪୭ଟି ସିଟ୍‌ ମିଳିବା ସମ୍ଭାବନା ରହିଛି। ସେହିପରି ମହାଗଠନବନ୍ଧନକୁ ୨୫ରୁ ୩୦ ଆସନ ମିଳିପାରେ। ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇପାରନ୍ତି।

ଅଧିକ ପଢନ୍ତୁ