ସାମାନ୍ୟ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା

ସାମାନ୍ୟ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି| ବାଲେଶ୍ୱର ସୋରୋ ଖଇରା ଥାନା ଅଧୀନ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ଆଜି ଲିଭି ଯାଇଛି।ଏନେଇ ଲକ୍ଷ୍ମୀର ବାପା ତାର ଶାଶୁ, ସ୍ୱାମୀ ଓ ଦୁଇ ନଣନ୍ଦଙ୍କ ନାମରେ ଯୌତୁକ ଲାଗି ହତ୍ୟା ଅଭିଯୋଗ ଆଣି ଥିବାବେଳେ ଖଇରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାମୁତାବକ ଲକ୍ଷ୍ମୀପ୍ରିୟା ସେଠୀଙ୍କ ବିବାହ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲ ଗଡିଆ ଗାଁର ଜଗନ୍ନାଥ ଦାସଙ୍କ ସହ ହୋଇଥିଲା। ବିଭାଘର କିଛି ଦିନ ସବୁକିଛି ଠିକଠାକ ଚାଲିଥିଲା ।

ମାତ୍ର ପରେ ଜଗନ୍ନାଥ ଓ ତାଙ୍କ ମା’ ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ୟାତନା ଦେଉଥିଲେ।

ଯାହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ପରେ ଲକ୍ଷ୍ମୀଙ୍କ ମୃତଦେହ ତାଙ୍କ ବେଡ଼ରୁମ ପଙ୍ଖାରେ ଝୁଲୁଥିବା ନେଇ ଖଇରା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଅଧିକ ପଢନ୍ତୁ