ସିକିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା! ଓଡ଼ିଶା ବିଜେପି ନେତ୍ରୀ ନିଖୋଜ ।

ସିକିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଇତିଶ୍ରୀ ସମେତ ତାଙ୍କ ପରିବାରର ୪ ଜଣ ନିଖୋଜ ଅଛନ୍ତି । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଯିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ହଜାରେ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୯ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଗାଡ଼ି ଖସି ପଡ଼ିବାରୁ ଦୁଇ ଜଣ ଗଛରେ ଲାଖିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସିକିମ ପୁଲିସ, ଭାରତୀୟ ସେନା, ଭାରତ-ତୀବତୀୟ ସୀମା ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।

ଅଧିକ ପଢନ୍ତୁ

kc ads