ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। କାଲିଠାରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହେବ । ଦଶ ହଜାର ପଦଯାତ୍ରା ହେବ । ରାଜଧାନୀରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ପଦଯାତ୍ରା । ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ । ଏସଏଚଜି ମା’ ମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ । ଅନ୍ୟପକ୍ଷେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ।