କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କ ମୁଣ୍ଡରେ ପସିଛି। ଆଉ ସେଥିପାଇଁ ମୁଖ୍ୟ ପନ୍ଥା ସାଜିଛି ଅନଲାଇନ୍ ଟ୍ରେଡିଂ। ଏହି ଅନଲାଇନରେ ଟ୍ରେଡ଼ିଂ କରି କମ୍ ଟଙ୍କା ଲଗାଇ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବପିଢୀ। ତେବେ ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ବଡ ଠକେଇ । ହଜାରେ କୋଟିରୁ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ ଏକ କମ୍ପାନୀ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏମସିଏକ୍ସ ସିଟି ନାମକ ଏକ କମ୍ପାନୀ ଏଭଳି ଠକେଇ କରିଛି । ସମ୍ବଲପୁରର ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଜିଲ୍ଲାର ୫୦୦ରୁ ଅଧିକ ଲୋକ ଏଭଳି ଠକେଇର ଶୀକାର ହୋଇଛନ୍ତି ।ଆଉ ଏହିଭଳି ବିଭିନ୍ନ ଅନଲାଇନ ଟ୍ରେଡିଂ କମ୍ପାନୀର ପ୍ରମୋଟ କରୁଛନ୍ତି ବିଭିନ୍ନ ବଡ ବଡ ୟୁଟ୍ୟୁବର ବା କଳାକାର। ଯାହାଦ୍ୱାରା ଏହି ଅନଲାଇନ୍ ଟ୍ରେଡି଼ଂର ଚାହିଦା ବଢୁଛି। ଆଉ ଲୋକମାନେ ଏଥିରେ ଟଙ୍କା ଲଗାଉଛନ୍ତି। ସମ୍ବଲପୁର ରେମେଡ଼ ଅଞ୍ଚଳର ଅନିଲ ପାଢ଼ୀଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ବନ୍ଧୁଙ୍କ ଜରିଆରେ ଏମ୍ସିଏକ୍ସ ସିଟି ବିଷୟରେ ଜାଣିବାକୁ ପାଇଥିଲେ। ଏହି କମ୍ପାନିରେ ଅନ୍ଲାଇନ ଟ୍ରେଡିଂ ପାଇଁ ଟଙ୍କା ଜମା କରାଗଲେ ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ଏବଂ ଜମାଠାରୁ ୩ ଗୁଣ ଅଧିକ ଟଙ୍କା ମିଳିବ ବୋଲି କୁହାଯାଇଥିଲା।
ଏହାକୁ ବିଶ୍ୱାସ କରି ସେ ସନ୍ତୋଷ ଆଚାର୍ଯ୍ୟଙ୍କ ଜରିଆରେ ନିବେଶ କରିବା ଆରମ୍ଭ କରିଥିଲେ। ପ୍ରଥମ କିଛି ଦିନ ଟଙ୍କା ମଧ୍ୟ ମିଳିଥିଲା। କିନ୍ତୁ ପାଖାପାଖି ପ୍ରାୟ ବର୍ଷେ ହେବ ଆଉ କୌଣସି ରିଟର୍ଣ୍ଣ ପାଇନାହାନ୍ତି। ଏଥିରେ କିଛି ସରକାରୀ କର୍ମଚାରୀ ମଧ୍ୟ ଟଙ୍କା ଲଗାଇଥିବା ସୂଚନା ମିଳିଛି । କିଏ ଜମି ବିକି ଟଙ୍କା ଦେଇଛି ତ କିଏ ପେନସନ ଟଙ୍କା ଦେଇଛି।ଏବେ ଗ୍ରାଚ୍ୟୁଇଟି ଟଂକା ଦେବା ପାଇଁ ସମୟ ଆସିବାରୁ ଟଙ୍କା ଦେବାକୁ କମ୍ପାନୀ ମନା କରିଛି, ଯାହାକୁ ନେଇ ଜମାକାରୀ ମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।