କଟକଲାଲବାଗ୍ ଥାନା ସିଦ୍ଧେଶ୍ୱର ସାହିରେ ହତ୍ୟାକାଣ୍ଡ । ଧାରୁଆ ଛୁରୀରେ ସ୍ତ୍ରୀର ଗଳା କାଟିବା ପରେ ନିଜ ବେକ କାଟିଲା ସ୍ୱାମୀ । ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ପାରିବାରିକ କଳହ କାରଣରୁ ରାଗରେ ସ୍ତ୍ରୀର ଗଳା କାଟି ଦେଲା ସ୍ୱାମୀ । ମୃତ ମହିଳା କନଷ୍ଟେବଲଙ୍କ ନାଁ ବିଷ୍ଣୁପ୍ରିୟା ମଲ୍ଲିକ। ସେ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ଛୋଟ ଝିଅ ଅଛି। ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ। ପାଖପଡୋଶୀଙ୍କ କହିବା କଥା ଏମାନଙ୍କ ମଧ୍ୟରେ ପ୍ରାୟତଃ ପାଟିତୁଣ୍ଡ ଲାଗିରହିଥାଏ । ହେଲେ ଆଜି ମଧ୍ୟ ପାଟିତୁଣ୍ଡ ଲାଗିଥିବା ବେଳେ ଛୁରୀରେ ବିଷ୍ଣୁପ୍ରିୟାଙ୍କ ବେକ କାଟିଦେଲେ ବିଶ୍ୱଜିତ୍ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଥିବା ସହ ଛୁରୀକୁ ଜବତ କରିଛି ।
