ସ୍ତ୍ରୀକୁ ମାରି ଖଟ ବକ୍ସରେ ଲୁଚାଇ ଫେରାର

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି।। ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ ।

ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ମହିଳା ହେଲେ ଅନିତା ସୋରି । ତେବେ ଅଭିଯୁକ୍ତ ଦୁଷ୍ମନ୍ତ କାହିଁକି ନିଜ ସ୍ତ୍ରୀଙ୍କୁ ହତ୍ୟା କଲେ ତାହା ଜଣାପଡ଼ି ନାହିଁ । ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ ।

ଅଧିକ ପଢନ୍ତୁ

kc ads