ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ।ତେବେ ହାଇକୋର୍ଟ ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି । ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ ଅନୀଲ ବିଭିନ୍ନ ସଂସ୍ଥା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟି ଚାଲିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟେ ପାସପୋର୍ଟ ସରେଣ୍ଡର କରିବେ । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ । ସହର ବାହାରକୁ ଯିବାକୁ ହେଲେ ଆଇଓଙ୍କ ଅନୁମତି ନେବେ ।
