୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ କରିବେ। ପ୍ରତିବର୍ଷ ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍ ରହିଛି “The Power of Nature”।ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍ ଅଫ୍’ ଇଭେଣ୍ଟରେ ଭାଗ ନେଉଛନ୍ତି।
