ପୁଣି ଉପରମୁହାଁ କରୋନା। ଭାରତରେ ସକ୍ରିୟ କରୋନା ଭାଇରସ୍ ମାମଲା ୨୭୧୦ ରେ ପହଞ୍ଚିଛି। ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୧୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। ଏହା ମଧ୍ୟରୁ ସବୁଠୁ ଅଧିକ କେରଳରେ ସଂକ୍ରମଣ ଚିହ୍ନଟ ହୋଇଛି।ଏହି ସମୟରେ, ରାଜଧାନୀ ଦିଲ୍ଲୀରେ ପ୍ରଥମ ମୁଣ୍ଡ କରୋନା ନେଇଛି । ଏଠାରେ ଜଣେ ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।ଦିଲ୍ଲୀରେ ଗୋଟିଏ ଦିନରେ ୫୬ଟି ନୂତନ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ଟି ମାମଲା, ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଏବଂ ଗୁଜରାଟରେ ୨୨୩ଟି ମାମଲା ରେକର୍ଡ ହୋଇଛି । ତାମିଲନାଡୁରେ ମୋଟ ୧୪୮ଟି ମାମଲା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୪୮ ଓ ୧୧୬ଟି ମାମଲା ରିପୋର୍ଟ ହୋଇଛି । ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭ ଜଣ ମୃତ୍ୟୁବରଣ କରିଛନ୍ତି।ଅନ୍ୟପଟେ ରାଜ୍ୟରେ କୋଭିଡ଼୍ ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୫ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ଟି ମାମଲାକୁ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଆଣ୍ଟିଜେନ ପରୀକ୍ଷା ଜରିଆରେ ଆଜି କୋଭିଡ଼୍ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ନମୁନା RTPCR ଟେଷ୍ଟ ପାଇଁ ଦିଆଯାଇଛି । ରିପୋର୍ଟ ଆସିବା ପରେ ଏହି ମାମଲାକୁ ସ୍ପଷ୍ଟ କରାଯାଇପାରିବ ।
