ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲା ଏସପିଙ୍କ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୩୮ ଜଣ ମାଓବାଦୀ ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି ।ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାର୍ଟି ମେମ୍ବର, ୧୬ ଜଣ ମିଲିସିଆ ମେମ୍ବର, ୭ ଜଣ VCMS ସଦସ୍ୟ,୬ଜଣ KAMS ସଦସ୍ୟ, ୩ ଜଣ CNM ସଦସ୍ୟ ଓ ୪ ଜଣ GRDS ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ ବେଳେ ମାଓ ସଂଗଠନରେ ମିଳିଥିବା ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ସବୁ ପୋଲିସ ପାଖରେ ହସ୍ତାନ୍ତର କରିଛନ୍ତି ।
