୫ମ ଶୁଭମ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମା’ ଦକ୍ଷିଣକାଳୀ ଭଲି କ୍ଳବ ପୁରୁଣା ସହରଆନୁକୂଲ୍ୟରେ ମା’ ଦକ୍ଷିଣକାଳୀଙ୍କ ବିଜେ ମଣ୍ଡା ବାଗନ ପଡିଆ ରେ ୫ମ ଶୁଭମ ମେମୋରିଆଲ ଭଲି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଏହି ଅବସରରେ ଅପରାହ୍ନ ୪ଘଟିକା ସମୟରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଭଲି ଟୁର୍ଣ୍ଣାମେଣ୍ଟକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଉଦଘାଟନ ସନ୍ଧ୍ୟାରେ ଭଲି ଟୁର୍ନାମେଣ୍ଟରେ କୋମଣ୍ଡ ଭଲି କ୍ଳବ ବନାମ ଦୁର୍ଗା ପ୍ରସାଦ ଭଲି କ୍ଳବ ପରସ୍ପର କୁ ଭେଟି ଥିଲେ। ଏହା ଆଜି ୧୭ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ମ୍ୟାଚ ଖେଳା ଯିବା ନେଇ କ୍ଳବର ସଦସ୍ୟ ସୂଚନା ଦେଇଥିବା ବେଳେ ଏହି ଟୁର୍ନାମେଣ୍ଟ ଉଦଘାଟନ ଅବସରରେ ମା’ ଦକ୍ଷିଣକାଳୀ ଭଲି କ୍ଳବର ସଭାପତି ରାଜା ପଟ୍ଟନାୟକ ଓ ସମ୍ପାଦକ ମାନସ ପ୍ରିତମ ଉପସ୍ଥିତ ଥିବା ବେଳେ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ