ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl l ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ।ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଏହାଦ୍ବାରା ରାସ୍ତାର ଉନ୍ନତିକରଣ ହେଲେ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ/ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ, ବଜାର ସ୍ଥାନ ଓ ପର୍ଯ୍ୟଟନସ୍ଥଳ ଆଦି ସହିତ ଉତ୍ତମ ସଂଯୋଗୀକରଣ ହୋଇପାରିବ। ସେହିପରି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିରେ ୧୦୦୦ କୋଟି ଟଙ୍କାର ବ୍ୟୟରେ ପ୍ରାୟ ୫୦୦ କିମି ନୂତନ ରାସ୍ତା ନିର୍ମାଣ କରାଯିବ । ନୂତନ ଯୋଜନାରେ ନିର୍ବାଚନ ମଣ୍ଡଳୀରେ ନୂଆ ସଡ଼କ ନିର୍ମାଣ ହେବା ସହିତ ପୁରୁଣା ସଡ଼କର ମରାମତି ହେବ ।
ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ଼ କରିବା । ଏହି ଯୋଜନାକୁ ୫ ବର୍ଷ ଜାରି ରଖିବାକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ସାର୍ବଜନୀନ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ ସେବା ବୃଦ୍ଧି ପାଇଁ “Nirmal: Strengthening Ancillary Services atPublic Health Facilities” (2nd phase) ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରାଣୀଧନ ଚିକିତ୍ସା ବୈଷୟିକ ସେବା ନିୟମ, ୨୦୨୪କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ଭାବଳୀ) ନିୟମ, ୨୦୨୪ ଅନୁଯାୟୀ, ପୂର୍ବରୁ ବିଦ୍ୟମାନ ଓଡ଼ିଶା ଅଣ ଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ ଓ ପରବର୍ତ୍ତୀ ସମସ୍ତ ସଂଶୋଧନକୁ ବଦଳାଇବା ସହିତ ପୁରୁଣା ଓ ଅନାବଶ୍ୟକ ନିୟମକୁ ପ୍ରତ୍ୟାହାର କରିଛନ୍ତି ।ବାଣିଜ୍ୟ ଓ ପରିବହନ ବିଭାଗରେ ମୁଖ୍ୟମନ୍ତ୍ରୀ ବସ୍ ସେବା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିରେ ରାଜ୍ୟର ସମସ୍ତ ବ୍ୟବସାୟ ସ୍ଥଳ/ବାଣିଜ୍ୟ କେନ୍ଦ୍ର, ଶିକ୍ଷା ଓ ସ୍ବାସ୍ଥ୍ୟନୁଷ୍ଠାନ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଓ ଦକ୍ଷ ସାର୍ବଜନୀନ ପରିବହନ ବସ୍ ସେବା ମିଳିବ । ବସ୍ ଚଳାଚଳରେ ଦକ୍ଷତା ଓ ସ୍ଵଚ୍ଛତା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବ ।