କେନାଲରେ ବିରାଟକାୟ ୨୦ ଫୁଟ ଲମ୍ବର କୁମ୍ଭୀର

୨୦ ଫୁଟ ଲମ୍ବର କୁମ୍ଭୀର। ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି ।  ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି ।  ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା ।  ହଁ ଆଜ୍ଞା, ଏ ଦୃଶ୍ୟକୁ ଟିକେ ଭଲସେ ଦେଖନ୍ତୁ କେମିତି ପାଟିକୁ ଆଁ କରି ରହିଛି । ଆଉ ଶିକାର ଆଶାରେ ପାଣିରେ ଟହଲ ମାରୁଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜରିମୂଳ ବଜାର କେନାଲରେ ବିରାଟକାୟ କୁମ୍ଭୀର ଦୀର୍ଘ ଦିନ ଧରି ନିର୍ଦ୍ଧିଷ୍ଟ ସ୍ଥାନରେ କୁମ୍ଭୀରଟି ଆତଙ୍କ ଖେଳାଇଛି । ପ୍ରାୟତଃ କୋଡ଼ିଏ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ଚାଷ ଜମିକୁ ଯାଉନାହାନ୍ତି ଚାଷୀ । ଘର ବାହାରକୁ ବି ବାହାରିବାକୁ ଡ଼ର ଲାଗୁଛି । ସବୁଠୁ ବଡ କଥା ହେଲା ବନବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେଇସାରିବା ପରେ ମଧ୍ୟ ବନବିଭାଗ କୁମ୍ଭୀର ଧରିବାକୁ ପ୍ରୟାସ କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବନ୍ୟା ପାଣିରେ କୁମ୍ଭୀରଟି ଭିତରକନିକା ନଦୀରୁ ଉଠି ଆସିଥିବା ଅନୁମାନ କରାଯାଉଛି । ଏହି ବିରାଟକାୟ କୁମ୍ଭୀରକୁ ଦେଖି ଚାଷୀ ଭୟରେ ଚାଷ ଜମିକୁ ଯାଉ ନଥିବା ବେଳେ ଏହି କୁମ୍ଭୀରକୁ ତୁରନ୍ତ ଉଦ୍ଧାର କରଯାଇ ଭିତରକନିକା ଜାତୀୟ ଉଦ୍ୟାନରେ ଛାଡିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital