ପୁଣି ପରୀକ୍ଷା ଦ୍ୱନ୍ଦ୍ୱ । ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା । ଓପିଏସସି ପକ୍ଷରୁ ଆସନ୍ତାକାଲି ରହିଛି ଏଏସଓ । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ହୋଇଛି । ଅନ୍ୟପକ୍ଷରେ ଓଏସଏସଏସସି ପକ୍ଷରୁ ଜାରି ହୋଇଛି ଆରଆଇ, ଆଇସିଡିସି, ଏଆରଆଇ ପରୀକ୍ଷା ହେବ । କାଲି ୯ଟାରୁ ୧୦ଟା ଯାଏଁ ରହିଛି ଓଏସଏସଏସସି ପରିଚାଳିତ ପରୀକ୍ଷା । କାଲି ସମାନ ୯ଟାରୁ ୧୦ ଟା ୩୦ ଯାଏଁ ରହିଛି ଏଏସଓ ପେପର-୧ ପରୀକ୍ଷା । ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା । ତେଣୁ ଦୁଇଟି ପରୀକ୍ଷାକୁ ପୃଥକ ଦିନରେ କରିବାକୁ ବହୁ ଛାତ୍ରୀଛାତ୍ର ଦାବି କରିଛନ୍ତି।
