ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ଵରରେ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା, ଖଣ୍ଡଗିରି, ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଲେ ପୂର୍ତ୍ତ ମନ୍ତ୍ରୀ । ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।ପୂର୍ତ୍ତ ବିଭାଗର ସମସ୍ତ କାର୍ଯ୍ୟ ପେପରଲେସ୍ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । କାଗଜପତ୍ରରେ ଆଉ କାମ ହେବ ନାହିଁ । ଏଥିପାଇଁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ର ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେବ । କୌଣସି କାଗଜ ଫାଇଲ୍ ବ୍ୟବହାର କରାଯିବ ନାହିଁ । ନିଷ୍ପତ୍ତି ହୋଇଛି, ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଡିଭିଜନ ପର୍ଯ୍ୟନ୍ତ ଯାହା ବି ଫାଇଲ୍ ଯିବ ଅନଲାଇନ୍ କରାଯିବ ।

ଅଧିକ ପଢନ୍ତୁ

Odisha Darpan Digital