ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ପଙ୍କୁଆ ପ୍ରାଥମିକ ବିଦ୍ୟାଳୟରେ ମାତାଲ୍ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇଲେ ଶତାଧିକ ଅଭିଭାବକ । ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କଲା ପୁଲିସ । ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ନଯିବା ପର୍ଯ୍ୟନ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି କହିଲେ ଅଭିଭାବକ ।ଏ ସମ୍ପର୍କରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସବୁ କଥା ସ୍ୱୀକାର କରିବା ସହ ଭୋଜି ହୋଇଥିଲା ମୁଁ ପିଇଛି ବୋଲି କହିଥିଲେ। ମୋତେ ଯଦି ନିଲମ୍ବନ କରାଯାଏ, ତାହାହେଲେ ମୁଁ ବାଇଗଣ ଚାଷ କରିବି। ସେପଟେ ଅଭିଭାବକମାନେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି। ବିଦ୍ୟାଳୟରୁ ଏହି ଶିକ୍ଷକ ଜଣଙ୍କ ନଯିବା ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବୁ ନାହିଁ ବୋଲି ଦାବି କରିଛନ୍ତି। ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଂଚି ମଦ୍ୟପ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି।
