ଭାରତରେ ବଡ଼ ସୁନା ଖଣି ଠାବ : ଭିତରେ ଅଛି ୧୧ କୋଟି ଟନ୍ ସୁନା

ଭାରତରେ ବଡ ସୁନାଖଣି ଠାବ। ରାଜସ୍ତାନର ଆଦିବାସୀ ବହୁଳ ଜିଲ୍ଲା ବାଂସୱାଡାରେ ଲଗାତର ତୃତୀୟ ବର୍ଷ ପାଇଁ ଗୋଲ୍ଡ ମାଇନର ଆବିସ୍କାର ହୋଇଛି ।ଭୂତାତ୍ତ୍ୱିକ ସର୍ବେକ୍ଷଣ ଜିଏସଆଇ ଦ୍ୱାରା କରାଯାଇଥିବା ତଦନ୍ତରେ କାଙ୍କରିଆ ଅଞ୍ଚଳରେ ସୁନା ଖଣି ଠାବ ହୋଇଛି । ଚାରୋଟି ଗାଁକୁ ଘେରି ରହିଥିବା ୩ କିଲୋମିଟର ଅଞ୍ଚଳରେ ପ୍ରାୟ ୧.୨୦ ଟନ ସୁନା ଆକଳନ କରାଯାଇଛି । କେବଳ ସୁନା ନୁହେଁ ତମ୍ବା, କୋବାଲ୍ଟ ଏବଂ ଅନ୍ୟାନ୍ୟ ବସ୍ତୁ ଗଚ୍ଛିତ ଥିବା ସୂଚନା ମିଳିଛି । ଜିଏସଆଇର ତଦନ୍ତ ପରେ ସରକାର ଏବେ ଏହି ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ସର୍ବାଧିକ ବିଡରଙ୍କୁ କ୍ଷେତ୍ର ସର୍ଭେ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।କାଙ୍କରିଆ, ଡେଲୱାରା ରାବଣା, ଡେଲୱାରା ଏବଂ ଡୁଙ୍ଗରିଆପଡାରେ ତଦନ୍ତ କରାଯିବ ବୋଲି କୁହାଯାଇଛି । ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ଭେ କାମ ସମାପ୍ତ ହେବ ବୋଲି ଆଶା କରାଯାଉଛି । ଜିଏସଆଇ ଦ୍ୱାରା ପ୍ରାରମ୍ଭିକ ତଦନ୍ତରେ ୧.୨୦ ଟନ ସୁନା, ହଜାରେ ଟନ ତମ୍ବା ଏବଂ କୋବାଲ୍ଟ ଥିବା ଅନୁମାନ କରାଯାଉଛି ।ସୂଚନା ଅନୁସାରେ GSI ବାଂସୱାଡ଼ାର ଭୁକିଆ ଏବଂ ଜଗପୁରା ଅଞ୍ଚଳରେ ୧୧୪.୮ ନିୟୁତ ଟନ୍ ସୁନା ଖଣି ଆବିଷ୍କାର କରିଥିଲା । ତଥାପି ଏହି ସ୍ଥାନରେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ବାଂସୱାଡ଼ାରେ ଆନୁମାନିକ ସୁନା ଖଣି ସହିତ ରାଜସ୍ଥାନ ନିରନ୍ତର ସୁନା ଉତ୍ପାଦନ କରିବାରେ ଦେଶର ଦ୍ୱିତୀୟ ରାଜ୍ୟ ହେବ । ଏହା ରାଜସ୍ଥାନକୁ ଦେଶର ୨୫ ପ୍ରତିଶତରୁ ଅଧିକ ସୁନା ଅଂଶ ଦେବ । ବର୍ତ୍ତମାନ କର୍ଣ୍ଣାଟକର ହୁଟି ଏବଂ କୋଲାର ଖଣିରୁ ସୁନା ଖନନ କରାଯାଉଛି । ରାଜସ୍ଥାନର ବାଂସୱାଡ଼ା ଆରାବତୀ ପର୍ବତମାଳାରେ ଅବସ୍ଥିତ । ଏଠାକାର ଭୌଗୋଳିକ ପଥର ୫,୦୦୦ ବର୍ଷରୁ ଅଧିକ ପୁରୁଣା । ବାଂସୱାଡ଼ାରେ ମାର୍ବଲ ମଧ୍ୟ ଖନନ କରାଯାଏ । ଏବେ ସୁନା ଖଣି ଆବିଷ୍କାର ହେବା ସହିତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକଙ୍କର ଆଶା ରହିଛି ।

ଅଧିକ ପଢନ୍ତୁ

Odisha Darpan Digital